---ଓଁ ଶ୍ରୀ ଜଳେଶ୍ବରାୟ ନମଃ ---
ଜଳ ଯୋଗେ ତିଷ୍ଠିଛି ଆମର ସଂସାର,
ଜଳ ବିନା ଧରା ରେ ଜୀବନ ଅସାର.
ତେଣୁ ଜଳ କୁ ଜୀବନ ବୋଲି କହିଥାନ୍ତି,
ମୃତ୍ତିକା ଗଠନେ ମୁଖ୍ୟ ଭାଗ ନେଇଥାନ୍ତି.
ମୃତ୍ତିକା ଗଠନକୁ କଲେ ବିଶ୍ଳେଷଣ,
ଚାରି ଭାଗରୁ ଏକ ଭାଗ ଜଳ ଅଟେ ଜାଣ.
ଜୀବ ଜଗତ ଜଳ ଯୋଗେ ତିଷ୍ଠନ୍ତି ମହୀରେ,
ଜଳର ମହିମା ପୁଣି କିଏ ବର୍ଣ୍ଣିପାରେ ?
ମାଟି ମା ଠାରୁ ଜଳ ଓ ପାଇଣ ପୋଷାକ,
ଆକାଶରୁ ଦିବାକର ଦେଲେ ଯେ ଆଲୋକ.
ଭାଶଲେଷଣ ପ୍ରକ୍ରିୟା ରେ ଖାଦ୍ୟ ହେଲା ଜାତ,
ବୃକ୍ଷ ଖାଇ ବଞ୍ଚାଇଲେ ଏ ପ୍ରାଣୀ ଜଗତ.
ସାଧୁ ପରି କଷ୍ଟ ସହି ହେଲେ ଉପକାରୀ,
ନର ନ ବୁଝିଣ ତାଙ୍କୁ ଦିଅଇ ସଂହାରି.
ବାୟୁମଣ୍ଡଳ ବଦଳେ ଜଳ ଯୋଗେ ଆଜି ,
ତଥାପି ମାନବ ଗଣ ନ ପାରନ୍ତି ହେଜି.
ଇଉରୋପ ର ବହୁ ଦେଶ ମୁଁ ଭ୍ରମଣ କଲି,
ଫ୍ରାନ୍ସ , ଇଟାଲୀ , ସ୍ୱିଜରଲାଣ୍ଡ , ସ୍ପେନ ଦେଖିଲି.
ସୁନ୍ଦର ଫୁଲ ଫଳର ଉଦ୍ୟାନ ଓ ଅଟ୍ଟାଳିକା,
ବିମୋହିତ ହେଲି ଦେଖି ଅଙ୍ଗୁର ବାଟିକା.
ଜଳ ପାଇଁ ରହିଛି ନଦୀ ଓ ସରୋବର,
ପାଖରେ ତାଙ୍କର ଅଛି ଭୂମଧ୍ୟ ସାଗର.
ଜଳର ପ୍ରାଚୁର୍ଯ୍ୟ ଭିତରେ ସେମାନେ ରହି ଥାନ୍ତି ,
କିନ୍ତୁ ଜଳର ବ୍ୟବହାର କମ କରି ଥାନ୍ତି .
ଭୋଜନାଳୟ ରେ ହସ୍ତ ଶୁଦ୍ଧି ପାଇଁ ବିଶୋଧକ,
ଜଳ ବିନା ସାନିଟାଇଜର ବ୍ୟବହାର ଯେ ଅଧିକ.
ଜଳ ଓ ସାବୁନ ରେ ହସ୍ତ ଶୁଦ୍ଧି ର ଉପାୟ,
ଜଳ ଶୁଦ୍ଧି ଓ ବ୍ୟବହାର ଶିଖିବା ବିଧେୟ.
ଦୁଇ ଉଦ୍ଜାନ ଓ ଏକ ଅମ୍ଳଜାନ ପରମାଣୁ,
ମିଶାଇ ବିଧାତା କଲେ ଏକ ଜଳ ଅଣୁ.
ଜଳ ବିନ୍ଦୁ ମିଶି ହେଲା ନଦୀ ଓ ସାଗର,
କୃଷି ଓ ନୌ ବାଣିଜ୍ୟ ର ହୋଇଲା ପ୍ରସାର.
ବିଶ୍ୱେଶ୍ୱର ସୃଷ୍ଟି କଲେ କେତେ ଜଳ ପ୍ରପାତ,
ଜଳଜ ବିଦ୍ୟୁତ ତହିଁରୁ ହୋଇଲା ସଂଜାତ.
ଭାରତୀୟ ଅର୍ଥନୀତି ହେଲା ଉଦ୍ଜୀବିତ,
ଭାରତୀୟ ସୁଖରେ କଲେ କାଳାତିପାତ.
ତେଣୁ କୈଳାସ ବିଭୁ ପଦେ କରାଇ ପ୍ରାର୍ଥନା,
ଆବଶ୍ୟକ ମତେ ଜଳ ଦାନ କର ମହାମନା.
ଜୟ ଜଗନ୍ନାଥ.
- କୈଳାଶ ଚନ୍ଦ୍ର ସାମନ୍ତରାୟ